Odisha Link
Bridging the Missing Links in Odisha

ବିବାହ ବିଚ୍ଛେଦ ରୋକିବ ମଦର୍ସ କୋର୍ଟ, ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ..

ଓଏଲ୍‌ ବ୍ୟୁରୋ: ବିବାହ ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବିବାହ ବିଚ୍ଛେଦ ରୋକିବ ମଦର୍ସ କୋର୍ଟ। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବେ ବିବାହ ବିଚ୍ଛେଦ ସଂଖ୍ୟା ବହୁ ପରିମାଣରେ ବଢ଼ିଛି। ଏନେଇ ଖୁବ ଜଲଦି ପ୍ରତିଷ୍ଠା ହେବ ମେଣ୍ଟାଲ୍‌ ହେଲ୍‌ଥ କାଉନସେଲିଂ ସେଣ୍ଟର। ମଦର୍ସ କୋର୍ଟ’ କିମ୍ବା `ମା’ର ଛାଟ’ ନାମରେ ନାମିତ ହେବ ଏହି ସେଣ୍ଟର। ମାନସିକ ସ୍ଵାସ୍ଥ୍ୟ ସୁଧାରିବା ଏବଂ ଛାଡ଼ପତ୍ର ରୋକିବା ଦିଗରେ ଏହି କୋର୍ଟ କାମ କରିବ। ବିବାହକୁ ସଠିକ୍ ଭାବରେ ବୁଝିବା ପାଇଁ ଏହି ସେଣ୍ଟର୍ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

Leave A Reply

Your email address will not be published.