Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଇଛି ଶିଳ୍ପାଞ୍ଚଳର ପ୍ରଦୂଷଣ, ପ୍ରଦୂଷିତ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଇଛି ଶିଳ୍ପାଞ୍ଚଳର ପ୍ରଦୂଷଣ। CEPI ରେଟିଂ ୨୦୧୮ ଅନୁଯାୟୀ ପାରାଦ୍ୱୀପକୁ ୬୦.୬୧ ସ୍କୋର ସହ ଅତ୍ୟଧିକ ପ୍ରଦ୍ୟୁଷିତ ଅଞ୍ଚଳ ଭାବେ ପାରାଦ୍ୱୀପ ଶିଳ୍ପାଞ୍ଚଳକୁ ଚିହ୍ନଟ କରାଯାଇଛି। ସେହିପରି ୪୬.୪୩ ସ୍କୋର ସହ ଅନୁଗୁଳ-ତାଳଚେର ଶିଳ୍ପାଞ୍ଚଳ ଓ ଅନ୍ୟାନ୍ୟ ପ୍ରଦ୍ୟୁଷିତ ଅଞ୍ଚଳକୁ ତାଲିକାରେ ରଖାଯାଇଛି। ଭୁବନେଶ୍ୱର ଶିଳ୍ପାଞ୍ଚଳରେ ପ୍ରଦୂଷଣ ନଥିବା ରିପୋର୍ଟ ହୋଇଛି। ପ୍ରଦୂଷିତ ଶିଳ୍ପାଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଶିଳ୍ପ ସଂସ୍ଥା ମାନଙ୍କୁ ନିର୍ଦେଶ ଦେଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।