Odisha Link
Bridging the Missing Links in Odisha

ଏପ୍ରିଲ୍ ୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ, ପ୍ରବେଶ ଉତ୍ସବ ପାଇଁ ପ୍ରସ୍ତୁତି

ଓଏଲ୍‌ ବ୍ୟୁରୋ: ଏପ୍ରିଲ୍ ୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି କ୍ରମରେ ଏପ୍ରିଲ୍ ୨ରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ। ଏଥିପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଛି। ତେବେ ଆସନ୍ତାକାଲି ପ୍ରବେଶ ଉତ୍ସବ ପାଇଁ ପ୍ରସ୍ତୁତି କରାଯାଇଛି।