Odisha Link
Bridging the Missing Links in Odisha

ମୋବାଇଲ ଫେରି ପାଇଲେ ଶତାଧିକ ଲୋକେ

ଓଏଲ୍ ବ୍ୟୁରୋ: ଭୁବନେଶ୍ୱର ଡିସିପି ଅଫିସରେ ମୋବାଇଲ ମେଳା ଦେଖିବାକୁ ମିଳିଛି। ଚୋରି ହୋଇ ମୋବାଇଲ ହରାଇଥିବା ଲୋକଙ୍କୁ ମୋବାଇଲ ବାଣ୍ଟିଛନ୍ତି ଭୁବନେଶ୍ୱର ଡିସିପି। ୧୦୦ ଚୋରି ମୋବାଇଲ ଜବତ କରାଯିବା ପରେ ମୋବାଇଲ ମାଲିକଙ୍କୁ ବଣ୍ଟାଯାଇଛି।

କିଛି ଦିନ ହେବ ମାତିଥିବା ମୋବାଇଲ ଲୁଟେରାଙ୍କୁ କାବୁ କରିଛି ପୁଲିସ। ଲୁଟେରାଙ୍କୁ କାବୁ କରିବା ପରେ ପୁଲିସ ଚୋରି ମୋବାଇଲ ଜବତ କରିଛି। ଜବତ ମୋବାଇଲକୁ ମୋବାଇଲ ହରାଇଥିବା ଲୋକଙ୍କୁ ମୋବାଇଲ ବାଣ୍ଟିଛନ୍ତି ଭୁବନେଶ୍ୱର ଡିସିପି।