Odisha Link
Bridging the Missing Links in Odisha

ବିଜେପିରେ ସାମିଲ ହେଲେ ଭାରତୀୟ କ୍ରିକେଟର କେଦାର ଯାଦବ

ଓଏଲ୍ ବ୍ୟୁରୋ: ବିଜେପିରେ ସାମିଲ ହେଲେ ଭାରତୀୟ କ୍ରିକେଟର କେଦାର ଯାଦବ। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି କେଦାର ଯାଦବ ଆଜିଠାରୁ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ସେ ବିଧିବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

କେଦାର ଯାଦବ ଭାରତୀୟ ଟିମ୍ ପାଇଁ ଖେଳୁଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ସେ ଭାରତୀୟ ଟିମରେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ଖେଳିଛନ୍ତି। ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୭୩ ଟି ଏକଦିବସୀୟ ଓ ୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏକଦିବସୀୟରେ ତାଙ୍କ ନାମରେ ଦୁଇଟି ଶତକ ଓ ୬ଟି ଅର୍ଦ୍ଧଶତକ ରେକର୍ଡ ରହିଛି। ଏହାସହ ସେ ୯୫ଟି ଆଇପିଏଲ୍ ମ୍ୟାଚ୍ ଖେଳି ୧୨୦୮ ରନ୍ କରିଛନ୍ତି।

କ୍ରିକେଟରୁ ଅବସର ନେଇ ରାଜନୀତିକୁ ବାଛିଥିବା ଖେଳାଳିଙ୍କ ମଧ୍ୟରେ କେଦାର ଯାଦବ ଏକା ନୁହଁନ୍ତି। ପୂର୍ବ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ, ନବଜୋତ ସିଂ ସିଦ୍ଧୁ, ଗୌତମ ଗମ୍ଭୀର ମଧ୍ୟ କ୍ରିକେଟରୁ ଅବସର ନେବା ପରେ ଭିନ୍ନ ଭିନ୍ନ ରାଜନୈତିକ ଦଳରେ ସାମିଲ ହୋଇଛନ୍ତି।