ନିବେଶକ ସମ୍ମିଳନୀ: ଓଡ଼ିଶାରେ ୯୭ ହଜାର କୋଟିର ପୁଞ୍ଜିନିବେଶ

ଓଏଲ୍ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଓ ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ଆଇଓସିଏଲ୍, ପେଟ୍ରୋନେଟ୍ ଏଲଏନଜି ଓ ଆଇଏସପିଆର କମ୍ପାନୀଙ୍କ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ୯୭ ହଜାର କୋଟିର ପୁଞ୍ଜିନିବେଶ ହେବ। IOCL ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ୫୬ ହଜାର କୋଟି ଟଙ୍କା ନିବେଶ କରିବ IOCL। ପେଟ୍ରୋ ନେଟ୍ LNG କରିବ ୬ ହଜାର କୋଟି ନିବେଶ କରିବ ବୋଲି ଓଡ଼ିଶା ନିବେଶକ ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।