Odisha Link
Bridging the Missing Links in Odisha

ମାଲେସିଆ ଭ୍ରମଣ କରିବେ ଓଡ଼ିଶା ଚାଷୀ, ଦାୟିତ୍ଵ ବହନ କରିବ ନାବାର୍ଡ ଓ ବିଶ୍ଵ ବ୍ୟାଙ୍କ୍‌

ଓଏଲ୍‌ ବ୍ୟୁରୋ: ମାଲେସିଆ ଭ୍ରମଣ କରିବେ ଓଡ଼ିଶା ଚାଷୀ। ଛତୁ ଉତ୍ପାଦନ, ଆଧୁନିକ ଉଦ୍ୟାନ କୃଷି ପ୍ରଣାଳୀ ଶିଖିବେ ଓଡ଼ିଶା ଚାଷୀ। ଓଡ଼ିଶା ଚାଷୀମାନଙ୍କୁ ମାଲେସିଆ ବୁଲାଇବ କୃଷି ବିଭାଗ। ୭ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ। ବିଭିନ୍ନ ଅଞ୍ଚଳର ୧୪ ଚାଷୀ ଓ ୧୪ ଜଣ ଅଧିକାରୀ ମାଲେସିଆ ଯିବେ।କାର୍ଯ୍ୟକ୍ରମର ଦାୟିତ୍ଵ ବହନ କରିବ ନାବାର୍ଡ ଓ ବିଶ୍ଵ ବ୍ୟାଙ୍କ୍‌। କାର୍ଯ୍ୟକ୍ରମକୁ ପତାକା ଦେଖାଇ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।