ମନି ଲଣ୍ଡରିଂ ମାମଲା: ଅଡୁଆରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ

ଓଏଲ୍ ବ୍ୟୁୁରୋ: ଅଡୁଆରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ। ମନି ଲଣ୍ଡରିଂ ମାମଲାରେ ସାଉଥ ସୁରପଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି। ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି। ଏହାପରେ ମହେଶ ବାବୁଙ୍କୁ ସମନ ଜାରି କରାଯାଇଛି। ତେବେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଦୁଇଟି ରିଅଲ-ଇଷ୍ଟେଟ କମ୍ପାନୀ ସହ ଜଡ଼ିତ ମାମଲାରେ ଏହି ସମନ ହୋଇଛି।