Odisha Link
Bridging the Missing Links in Odisha

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ଅନୁରୋଧ, ବାଚସ୍ପତିଙ୍କୁ ରାମଚନ୍ଦ୍ରଙ୍କ ଚିଠି

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏସବୁ ଭିତରେ ଭାରତ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡକାଯାଇପାରେ। ସ୍ବତନ୍ତ୍ର ଅଧିବେଶନ ଲାଗି ଚିଠି ଲେଖିବେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସ୍ବତନ୍ତ୍ର ଅଧିବେଶନ ଲାଗି ବାଚସ୍ପତିଙ୍କୁ ଲେଖିବେ ଚିଠି। ଓଡ଼ିଶାରେ କେତେ ପାକିସ୍ତାନୀ ଅଛନ୍ତି ? ସରକାର କଣ ପଦକ୍ଷେପ ନେଇଛନ୍ତି ? ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ଜରୁରୀ। ସବୁ ଦଳ ଏକ ହେବାକୁ କାଡ଼ାମ ଆହ୍ବାନ ଦେଇଛନ୍ତି।

ସେପଟେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଦେଶ ଏବେ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି। ଆତଙ୍କବାଦ ବିରୋଧରେ ଭାରତ ଏକାଠି ହେବାର ସମୟ ଆସିଛି। ତୁରନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି। ଉଭୟ ଗୃହ ଅଧିବେଶନ ଡାକିବାକୁ କହିଛନ୍ତି ରାହୁଲ। ଶୀଘ୍ର ସଂସଦର ଉଭୟ ଗୃହ ଅଧିବେଶନ ଡାକିବାକୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।