ଭାରତରେ ଥିବା ପାକ୍ ନାଗରିକଙ୍କ ପାଇଁ ଆଶ୍ବସ୍ତି, ମେ’ ୧୦ରୁ ପୁନଃ ଭିସା ଆବେଦନ

ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ଏସବୁ ଭିତରେ ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ଆଶ୍ବସ୍ତି ମିଳିଛି। ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିସା ଆବେଦନ କରିପାରିବେ। ଦୀର୍ଘକାଳୀନ ଭିସା (LTV) ପୁନଃ ଆବେଦନ କରିପାରିବେ। eFRRO ପୋର୍ଟାଲ୍ରେ ଭିସା ଆବେଦନ କରିପାରିବେ। ବୈଦେଶିକ ଆଇନ୍ ଆଧାରରେ ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି।
ସୂଚନା ଅନୁସାରେ, ଗତକାଲି ପର୍ଯ୍ୟନ୍ତ ପାକିସ୍ତାନ ନାଗରିକଙ୍କ ମେଡିକାଲ ଭିସା ବୈଧ ରହିବ ବୋଲି କୁହାଯାଇଲା। ଯେଉଁ ଭାରତୀୟ ନାଗରିକମାନେ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି ସେମାନଙ୍କୁ ଯଥାଶୀଘ୍ର ଭାରତ ଫେରିବାକୁ କୁହାଯାଇଛି। ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ଓ ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡିଥିବା ଜଣା ପଡିଛି।