Odisha Link
Bridging the Missing Links in Odisha

ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ: ତିନି ସେନାଧ୍ୟକ୍ଷଙ୍କ ସହ ୨ ଘଣ୍ଟା କଲେ ଆଲୋଚନା

ଓଏଲ୍‌ ବ୍ୟୁରୋ: ଅସ୍ତବ୍ୟସ୍ତ ହୋଇପଡିଛି ସାରା ବିଶ୍ୱ। ପାକିସ୍ତାନର ଆତଙ୍କୀ ହମଲା ପରେ ଭାରତ ଆରମ୍ଭ କରିଛି ଅପରେସନ ସିନ୍ଦୁର। ଭାରତ ପାକ୍‌ ଟେନସନ ଭିତରେ ଜରୁରୀ ବୈଠକ ଡାକିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। CDS ଓ ସେନାଧ୍ୟକ୍ଷଙ୍କ ସହ ବୈଠକ କରିବେ ରାଜନାଥ ସିଂ। ସେନାଧ୍ୟକ୍ଷଙ୍କ ସହ ଆଲୋଚନା ଜାରି କରିଛନ୍ତି ରାଜନାଥ ସିଂ।

ଅନ୍ୟପଟେ, ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍‌। ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଣୁ ଲୋକଙ୍କୁ ଘରୁ ନବାହାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଖାଲି ସେତିକି ନୁହେଁ, ଲୋକଙ୍କୁ ପରଦା ପକାଇ ରଖିବାକୁ ବି ପରାମର୍ଶ ଦିଆଯାଇଛି। ଝରକା ପାଖରୁ ଦୂରେଇ ରହିବାକୁ ବି ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ। ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍‌ କରିଛି ପ୍ରଶାସନ। ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା।

ସୂଚନା ଅନୁସାରେ, ଗତକାଲି ସାରା ରାତି ବ୍ଲାକ୍‌ଆଉଟ୍‌ ରହିବା ପରେ ପଞ୍ଜାବ ଅମୃତସରରେ ଆଜି ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଛି। ଜମ୍ମୁରେ ପାକିସ୍ତାନର ଡ୍ରୋନ୍‌ ଆକ୍ରମଣ ପରେ ପୂରା ପଞ୍ଜାବ ବ୍ଲାକ୍‌ଆଉଟ୍‌ ହୋଇଥିଲା। କାରଣ ପଞ୍ଜାବର ଏକାଧିକ ସହରକୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲା ପାକିସ୍ତାନ। ହେଲେ ପାକିସ୍ତାନର ସବୁ ପ୍ରଚେଷ୍ଟା ଫେଲ୍‌ ମାରିଥିଲା। ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ସବୁ ଡ୍ରୋନ୍‌ ଓ ମିସାଇଲ୍‌କୁ ନଷ୍ଟ କରିଦେଇଥିଲା।

ଅମୃତସରକୁ ପୁଣି ପାକିସ୍ତାନ ଟାର୍ଗେଟ୍‌ କରିପାରେ, ଏଣୁ ଲୋକଙ୍କୁ ଘରୁ ନବାହାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଖାଲି ସେତିକି ନୁହେଁ, ଲୋକଙ୍କୁ ପରଦା ପକାଇ ରଖିବାକୁ ବି ପରାମର୍ଶ ଦିଆଯାଇଛି। ଝରକା ପାଖରୁ ଦୂରେଇ ରହିବାକୁ ବି ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ। ଲୋକଙ୍କ ଭୟଭୀତ ନହେବାକୁ ଅପିଲ୍‌ କରିଛି ପ୍ରଶାସନ।

ସ୍ଥିତି ସ୍ୱାଭାବିକ ହେଲେ ପ୍ରଶାସନ ପକ୍ଷରୁ ଏକ ସାଇରନ ବଜାଇବ ପ୍ରଶାସନ। ବର୍ତ୍ତମାନ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ, ଏଣୁ ଏଭଳି ସମୟରେ ସେନାର ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍‌ କରାଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।

ଗତକାଲି ରାତିରେ ପିଓକେରେ ପଶି ଅପରେସନ କରିଥିଲା ଭାରତୀୟ ସେନା। ଡ୍ରୋନ୍‌ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ ୫୦ରୁ ଅଧିକ ଡ୍ରୋନ୍‌ ଖସାଇ ଦେଇଥିଲା ଭାରତୀୟ ସେନା। ଏହା ସହିତ ପାକିସ୍ତାନର ୪ଟି ଫାଇଟର୍‌ ଜେଟ୍‌କୁ ବି ମାଟି ମିଶାଇ ଦିଆଯାଇଛି। ଜଣେ ପାକିସ୍ତାନ ପାଇଲଟ୍‌କୁ ଜୀବନ୍ତ ଧରିବାରେ ସକ୍ଷମ ହୋଇଛି ଭାରତୀୟ ସେନା।