Odisha Link
Bridging the Missing Links in Odisha

ଆଜି ସନ୍ଧ୍ୟା ୫ରେ ଛତିଶା ନିଯୋଗ ବୈଠକ, ରଥଯାତ୍ରା ପ୍ରସ୍ତୁତି ନେଇ ହେବ ନିଷ୍ପତ୍ତି

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ନରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ। ଏଥିରେ ଆଗାମୀ ରାଜେନ୍ଦ୍ରଭିଷେକ ଠାରୁ ନୀଳିଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ନେଇ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯିବ। ତେବେ କୌଣସି ଦିନରେ ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ମଧ୍ୟ ବୈଠକରେ ଆଲୋଚନା କରାଯିବ।

ଛତିଶାନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇଛି। ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ଶୃଙ୍ଖଳିତ ଭାବେ ଶେଷ ନେଇ ମଧ୍ୟ ଆଲୋଚନା ହେବ। ତେବେ ଏହି ବୈଠକରେ ଛତିଶାନିଯୋଗର ମହାନାୟକଙ୍କ ସମେତ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ନିଯୋଗର କର୍ମକର୍ତ୍ତା ମାନେ ଯୋଗଦାନ କରିବେ।