Odisha Link
Bridging the Missing Links in Odisha

ମୌସୁମୀ ବାୟୁକୁ ନେଇ ପୂର୍ବାନୁମାନ: ଏଥର ରାଜ୍ୟରେ ନିଅଣ୍ଟିଆ ବର୍ଷା!

ଓଏଲ୍ ବ୍ୟୁରୋ: ଦେଶରେ ମୌସୁମୀ ପ୍ରବାହର ଆଗମନକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦେଶରେ ସ୍ୱାଭାବିକଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ସାରା ରାଜ୍ୟରେ ମୌସୁମୀ ପ୍ରବାହକୁ ନେଇ ମଧ୍ୟ ବର୍ଷାର ପରିମାଣ କମ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ଜାରି ହୋଇଥିବା ଦୀର୍ଘ ଅବଧି ଆକଳନ ଅନୁଯାୟୀ, ୨୦୨୪ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷାର ସମ୍ଭାବନା ଥିବାବେଳେ ରାଜ୍ୟରେ ସ୍ୱାଭାବିକ କିମ୍ବା କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ କମ ବର୍ଷା ରହିବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।