Odisha Link
Bridging the Missing Links in Odisha

ପୁଣି ୪୦ ଡିଗ୍ରୀ ଟପିଲା ତାପମାତ୍ରା; ସତର୍କ ରହିବାକୁ ଚେତାବନୀ ଦେଲା ପାଣିପାଗ ବିଭାଗ

ଓଏଲ୍‌ ବ୍ୟୁରୋ: ବଦଳିଲା ପାଣିପାଗ। ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ତାତି ବୃଦ୍ଧି ପାଇଛି। ଆଜିଠାରୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ହୋଇଛି।

ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୧.୨ ଡିଗ୍ରୀ, ଚାନ୍ଦବାଲିରେ ୪୧.୧ ଡିଗ୍ରୀ, ଝାରସୁଗୁଡାରେ ୪୧ଡିଗ୍ରୀ, ବାଲେଶ୍ୱରରେ ୪୦ଡିଗ୍ରୀ ରେକର୍ଡ କରାଯାଇଛି। ବର୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହେବା ସହ ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡ଼ିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଏହି ପାଣିପାଗ ସ୍ତିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।

ଆଜି ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ୱରରେ ୩୯.୬, ଭୁବନେଶ୍ୱରରେ ୩୯.୨, ଚାନ୍ଦବାଲିରେ ୩୮.୭, ଝାରସୁଗୁଡାରେ ୩୮.୪, କେନ୍ଦୁଝରରେ ୩୮, ହୀରାକୁଦରେ ୩୭.୫, ରାଉରକେଲାରେ ୩୭, ସମ୍ବଲପୁରରେ ୩୬.୮, ଗୋପାଳପୁରରେ ୩୫.୨, ପାରାଦୀପରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୩୨.୬ ଡିଗ୍ରି, ପାରାଦ୍ୱୀପରେ ୩୨ ଡିଗ୍ରୀ, ପୁରୀରେ ୩୨ ଡିଗ୍ରୀ, କେନ୍ଦୁଝରରେ ୩୨ ଡିଗ୍ରୀ, ବାଲେଶ୍ୱରରେ ୩୧.୮ ଡିଗ୍ରୀ, ଚାନ୍ଦବାଲିରେ ୩୧.୬ ଡିଗ୍ରୀ, ଝାରସୁଗୁଡାରେ ୩୦.୨ ଡିଗ୍ରୀ, ହୀରାକୁଦରେ ୩୦.୨ ଡିଗ୍ରୀ, ସମ୍ବଲପୁରରେ ୩୦ ଡିଗ୍ରୀ, ରାଉରକେଲାରେ ୩୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ୧୫ ତାରିଖ ଅର୍ଥାତ ଆଜି ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ଦିନ ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାତି ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି। ସେହିଭଳି ୧୬ ତାରିଖ ପାଇଁ ୧୩ଟି ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଯାଇଛି।

Leave A Reply

Your email address will not be published.