Odisha Link
Bridging the Missing Links in Odisha

କଲବଲ କରୁଛି ତାତି: ଜୀବନ ନେଉଛି ଅଂଶୁଘାତ, ସୁନ୍ଦରଗଡ଼ରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଓଏଲ୍‌ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି। ଏମିତି କି ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି। ତାତି ଏତେ ଅସହ୍ୟ ହେଲାଣି ଅଂଶୁଘାତ ଜୀବନ ନେଉଥିବା ସ୍ପଷ୍ଟ ହୋଇଛି। ସରକାରୀ ହିସାବ ଅନୁସାରେ ଅଂଶୁଘାତରେ ଏଯାବତ ଜଣକ ମୃତ୍ୟୁ ହୋଇଛି। ବାଲେଶ୍ବରରୁ ଜଣକ ମୃତ୍ୟୁ ହୋଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଏଯାବତ ସାରା ରାଜ୍ୟରେ ଅଂଶୁଘାତରେ ମୋଟ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି।