Odisha Link
Bridging the Missing Links in Odisha

ସକାଳୁ ଅସହ୍ୟ ତାତି; ଭଦ୍ରକରେ ସର୍ବାଧିକ ତାପମାତ୍ରା ରେକର୍ଡ

ଓଏଲ୍‌ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି। ଏମିତି କି ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି। ସାଢ଼େ ୮ଟା ସୁଦ୍ଧା ଭଦ୍ରକ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୩୫.୬ ଡିଗ୍ରୀ ସହ ଭଦ୍ରକ ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ବାଲେଶ୍ବରରେ ୩୫.୪, ଫୁଲବାଣୀରେ ୩୪.୬ ଡିଗ୍ରୀ, ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୪.୪ ଡିଗ୍ରୀ, କଟକରେ ୩୪.୨, କେନ୍ଦୁଝର ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।