Odisha Link
Bridging the Missing Links in Odisha

ପାଣ୍ଡିଆନଙ୍କ ଦୃଢ଼ୋକ୍ତି; ନିର୍ବାଚନ ଦିନ ରେକର୍ଡ ଭାଙ୍ଗିବ କଣ୍ଟାବାଞ୍ଜି

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ କଣ୍ଟାବାଞ୍ଜିରେ ଭି.କେ ପାଣ୍ଡିଆନ ମାରାଥନ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି କ୍ୟାମ୍ପେନ୍। ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ ଦେବାକୁ ନିବେଦନ କରିଛନ୍ତି।

ଜନସଭାକୁ ସମ୍ବୋଧନ କରି ଭି.କେ ପାଣ୍ଡିଆନ କହିଛନ୍ତି, ନିର୍ବାଚନ ଆସିଲେ ଟୁରିଷ୍ଟ ପରି ନେତା ଆସନ୍ତି। ଛତିଶଗଡ଼ରୁ ନେତା ଆସି ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ କଣ୍ଟାବାଞ୍ଜିର ବିକାଶ ଅଛି। ୧୫ବର୍ଷରେ ପାଇବା ଜିନିଷ ୧୫ଦିନରେ ପାଇବେ। ନିର୍ବାଚନ ଦିନ କଣ୍ଟାବାଞ୍ଜିରେ ରେକର୍ଡ ଭାଙ୍ଗିବ। କଣ୍ଟାବାଞ୍ଜିକୁ ୧ନମ୍ବର କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆପଣଙ୍କ ଆଶୀର୍ବାଦରେ ପୁଣି ନବୀନ ମୁଖ୍ୟମନ୍ତ୍ରୀ ହେବେ। ୨୦୧୪ରେ ବିଜେପି ଆସିଲେ ଦରଦାମ କମିବ କହିଥିଲେ। ତେଲ, ଗ୍ୟାସ ଦର କମିବ କହିଥିଲେ, କମିଲା କି ବୋଲି ଭି.କେ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। କଣ୍ଟାବାଞ୍ଜିରୁ ସ୍ବର ଉଠିବ, ସାରା ଓଡ଼ିଶାରେ ବାଜିବ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି।