Odisha Link
Bridging the Missing Links in Odisha

‘କର ବା ମର’ ସ୍ଥିତିରେ ଚେନ୍ନାଇ-ବେଙ୍ଗାଲୁରୁ, ଆଉ କିଛି ସମୟ ପରେ ହାଇଭୋଲଟେଜ ମୁକାବିଲା

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ୩ଟି ଦଳ ପ୍ଲେଅଫ୍‌ରେ ନିଜକୁ ସୁରକ୍ଷିତ କରିସାରିଥିବା ବେଳେ ୫ଟି ଦଳ ପ୍ଲେ ଅଫ୍‌ ଦୌଡ଼ରୁ ବାଦ ପଡ଼ିଛନ୍ତି। ଏବେବି ଦୁଇଟି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍‌ ପ୍ଲେ ଅଫ୍‌ ଦୌଡ଼ରେ ରହିଛନ୍ତି। ଏହି ଦୁଇ ଟିମ୍‌ ମଧ୍ୟରୁ ଗୋଟିଏ ଟିମ୍‌ ପ୍ଲେ ଅଫ୍‌ରେ ସ୍ଥାନ ପାଇବ। ପ୍ଲେ ଅଫ୍‌ର ୪ର୍ଥ ସ୍ଥାନରେ କେଉଁ ଦଳ ପ୍ରବେଶ କରିବ ତାହା ଆଜି ସ୍ପଷ୍ଟ ହୋଇଯିବ। କାରଣ ଆଜି ସନ୍ଧ୍ୟାରେ ଖେଳାଯିବ ବଡ଼ ମୁକାବିଲା। କର ବା ମର ମ୍ୟାଚ୍‌ ଖେଳିବେ ଆରସିବି ଓ ସିଏସ୍‌କେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଶନିବାର ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁକାବିଲା ହେବ। ଏହି ମ୍ୟାଚ୍ ପ୍ଲେ ଅଫ୍ ପାଇଁ ଏକ ନିର୍ଣ୍ଣାୟକ ମ୍ୟାଚ୍ ହେବାକୁ ଯାଉଛି। ଚେନ୍ନାଇ ଏବଂ ବେଙ୍ଗାଲୁରୁ ମଧ୍ୟରେ ଯିଏ ଏହି ମ୍ୟାଚ୍ ଜିତିବ ସେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ। କିନ୍ତୁ ନେଟ୍ ରନ୍ ହାର ଗୁରୁତ୍ବପୂର୍ଣ୍ଣ ରହିଛି।

ଚେନ୍ନାଇ ୧୩ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ସେହିପରି ବେଙ୍ଗାଲୁରୁ ୧୩ଟି ମ୍ୟାଚ୍ ଖେଳି ୧୨ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି। ତେଣୁ ପ୍ଲେ-ଅଫେ ପାଇଁ ରୟାଲ୍ସ ଟିମ୍ ଆଗରେ ଅନେକ ଆହ୍ୱାନ ରହିଛି। ଲଗାତର ୬ଟି ମ୍ୟାଚ୍ ଜିତିବା ପରେ ବେଙ୍ଗାଲୁରୁର ମନୋବଳ ଦୃଢ ରହିଛି।

ଆରସିବିକୁ ପ୍ଲେ-ଅଫରେ ସ୍ଥାନ ପାଇବାକୁ ହେଲେ, ଯଦି ପ୍ରଥମେ ବ୍ୟାଟିଂ କରୁଛି ତେବେ ୧୮ ରନ୍ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡିବ। ଆଉ ଯଦି ଦ୍ୱିତୀୟ ବ୍ୟାଟିଂ କରୁଛି ତେବେ ୧୧ ବଲ୍ ବାକି ଥାଇ ଚେନ୍ନାଇକୁ ହରାଇବାକୁ ପଡି଼ବ। ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗସ୍‌ କେବଳ ବିଜୟୀ ହେଲେ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିବ।