Odisha Link
Bridging the Missing Links in Odisha

ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜୁନ ୧୧ ଯାଏଁ ସମ୍ଭାଳିବେ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ଡ. ଅରବିନ୍ଦ ପାଢ଼ୀ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ଅତିରିକ୍ତ ଦାୟିତ୍ବ ନେଲେ ଡ. ଅରବିନ୍ଦ ପାଢ଼ୀ। ଦାୟିତ୍ବ ଗ୍ରହଣ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବରୁ ଡ. ଅରବିନ୍ଦ ପାଢ଼ୀ କୃଷି ସଚିବ ଭାବେ ଦାୟିତ୍ୱରେ ରହିଛନ୍ତି। ତେବେ ସେ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ବୋଲି ସୂଚନା ରହିଛି।