Odisha Link
Bridging the Missing Links in Odisha

ରଥ ଉପରକୁ ମୋବାଇଲ୍ ମନା, ନିୟମ ଭାଙ୍ଗିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଏବେ ବାହୁଡ଼ିବାର ବେଳ। ଗତକାଲି ହେରାପଞ୍ଚମୀ ନୀତି ପରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ତିନି ରଥ ଦକ୍ଷିଣ ମୋଡ଼ ନେଇଛି। ଏସବୁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରବିନ୍ଦ ପାଢ଼ୀ। ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ ଆଗାମୀ ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ନୀତି ଶୃଙ୍ଖଳିତ କରିବା ନେଇ ମତ ରଖିଛନ୍ତି। ତେବେ ରଥ ଉପରେ ଫୋଟୋ ଓ ସେଲ୍ଫି ନେବା ଉପରେ କଡା କଟକଣା ସହ ମହାପ୍ରଭୁଙ୍କ ସମ୍ମୁଖରେ ଯେପରି କେହି ରହିବେ ନାହିଁ ତାହା ଉପରେ ସବୁ ନିଯୋଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।

ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଦାୟିତ୍ୱ ଗ୍ରହଣ କରିବା ପରେ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ଅଣସେବାୟତ ରଥ ଉପରେ ମୋବାଇଲ୍ ନେଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ କଡ଼ା ଚେତାବନୀ।

ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ଆମ ସଂସ୍କୃତିର ପ୍ରଚାର ପ୍ରସାର ପରିବର୍ତ୍ତେ ଯେପରି କୌଣସି ନିନ୍ଦା ଆଣିବେନି। ଏଥିପାଇଁ ସେବକମାନଙ୍କ ସହଯୋଗ କାମନା କରୁଛୁ। ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ଠାକୁରଙ୍କ ପାଖରେ କ୍ଷମା ମାଗୁଛୁ ବୋଲି ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।

ସେହିପରି ରତ୍ନଭଣ୍ଡାର ଖୋଲିବା ପାଇଁ ନିଆଯାଇଥିବା ଏସଓପି ଅନୁସାରେ ପଦକ୍ଷେପ ନିଆଯିବ। ରଥ ଉପରେ ଅନାଧିକାର ପ୍ରବେଶ ଉପରେ ମଧ୍ୟ କଟକଣା ଥିବା ବେଳେ ନିୟମ ଭାଙ୍ଗିବା ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।