Odisha Link
Bridging the Missing Links in Odisha

ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ୮୩ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା

ଓଏଲ୍‌ ବ୍ୟୁରୋ: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାର ଠାରୁ ଅର୍ଥାତ ଆଜିଠୁ ଆରମ୍ଭ ହେଉଛି। ପରୀକ୍ଷାର ପ୍ରଥମ ଦିନ ଓଡ଼ିଆ ମାତୃଭାଷା ପରୀକ୍ଷା ରହିଛି। ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇଥିବାବେଳେ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ସେହିପରି ୨୪ ତାରିଖରେ ଇଂରାଜୀ, ୨୬ରେ ସାଧାରଣ ବିଜ୍ଞାନ, ୨୯ ରେ ଗଣିତ, ୩୦ରେ ସାମାଜିକ ବିଜ୍ଞାନ ଓ ୩୧ରେ ହିନ୍ଦୀ/ସଂସ୍କୃତ ବିଷୟରେ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଯେଉଁ ଛାତ୍ରଛାତ୍ରୀ ମାନେ ମାଟ୍ରିକ ପରୀକ୍ଷାରେ ଫେଲ୍‌ ହୋଇଥିଲେ କିମ୍ବା କୌଣସି କାରଣରୁ ପରୀକ୍ଷା ଦେଇପାରିନଥିଲେ ସେମାନେ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ପାଇଛନ୍ତି। ଅପରପକ୍ଷରେ ରବିବାର ଠାରୁ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଷ୍ଟେଟ୍ ଓପନ ସ୍କୁଲ୍) ସାର୍ଟିଫିକେଟ୍ ପରୀକ୍ଷା ତଥା (ଏସ୍ଓଏସ୍ସି) ଆରମ୍ଭ ହୋଇଛି। ଏସ୍ଓଏସ୍ସି ପରୀକ୍ଷା ମଧ୍ୟ ୩୧ ତାରିଖରେ ଶେଷ ହେବ। ୯୭୩ ଜଣ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ଲାଗି ୮୩ଟି ସେଣ୍ଟର କରାଯାଇଛି। ସେହିପରି ୨୪ ହଜାର ୫୨୦ ଏସ୍ଓଏସ୍ସି ପରୀକ୍ଷାର୍ଥୀ ୧୨୧ ସେଣ୍ଟର୍ରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।।