ବ୍ରାହ୍ମଣୀ ବ୍ରିଜ୍ରେ ପୁଣି ଫାଟ

ରାଉରକେଲା : ବ୍ରାହ୍ମଣୀ ବ୍ରିଜରେ ପୁଣି ଫାଟ ଦେଖିବାକୁ ମିଳିଛି। ବ୍ରିଜ୍ ମଝିରେ ଥିବା ପ୍ଲେଟ୍ ଖସିଯିବା ଯୋଗୁଁ ଫାଟ ସୃଷ୍ଟି ହୋଇଛି। ବାରମ୍ବାର ସେହି ସ୍ଥାନରେ ଫାଟ ହେଉଥିବା ଦେଖାଯାଉଛି। ବାରମ୍ବାର ଏପରି ଫାଟ ହେବା ସତ୍ତ୍ବେ ଏନଏଚଆଇଏର ନିଘା ନାହିଁ।
ବ୍ରିଜର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଯାନବାହାନ ଛିଡା ହୋଇ ରହିଛି। ଜାମ୍ ଯୋଗୁଁ ଉଭୟ ପାର୍ଶ୍ବରେ ଛିଡା ହୋଇଥିବା ଲୋକେ ହନ୍ତସନ୍ତ ହେଉଛନ୍ତି।