Odisha Link
Bridging the Missing Links in Odisha

ଆଶୀର୍ବାଦ ଅସୁସ୍ଥ

ଭୁବନେଶ୍ୱର: ଅସୁସ୍ଥ ହେଲେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା। ଆଶୀର୍ବାଦ ଆଜି ସକାଳୁ ହଠାତ୍ ଅସୁସସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ କ୍ୟାପିଟାଳ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି।

ଦୁଇ ଦିନ ତଳେ ଆଶୀର୍ବାଦ ଜେଲ ଭିତରେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଏହା ପରେ ତାଙ୍କୁ ଜେଲ ଭିତରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଦିନ ଚିକିତ୍ସା ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ତେଣୁ ଆଜି ସକାଳୁ ସକାଳୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଏହାଛଡ଼ା ତାଙ୍କ ଗୋଡ଼ ଓ ଅଣ୍ଟାରେ ମଧ୍ୟ ଦୀର୍ଘ ଦିନ ହେବ ଯନ୍ତ୍ରଣା ହେଉଛି। ଉଲ୍ଲେଖଯୋଗ୍ୟ ଯେ ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଆଶୀର୍ବାଦ ବେହେରା ଓ ସୋଲାନ ଇନ୍ ମାଲିକ କମଳାକାନ୍ତ ଦାସଙ୍କୁ ସିବିଆଇ ଗିରଫ କରିଥିଲା।

Comments are closed.