Odisha Link
Bridging the Missing Links in Odisha

ସିଏମ୍‌ସିର ବଡ ଦୁର୍ନୀତି

କଟକ : କଟକ ମହାନଗର ନିଗମରେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିବାରେ ଲାଗିଛି ।ଏଥି ପାଇଁ ତଦନ୍ତ ହେବା ସହ ମାମଲା ରୁଜୁ ହୋଇଛି ।ସୂଚନା ଅଧିକାର ଆଇନ ଜରିଆରେ ସାମାଜିକ କର୍ମୀ ମାନେ ସିଏମ୍‌ସିର ଦୁର୍ନୀତି ସମ୍ପର୍କରେ କେତେକ ତଥ୍ୟ ପାଇଛନ୍ତି। ସେହି ଆଧାରରେ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୋମବାର ଦିନ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସିଏମ୍‌ସିର ମୋଟରଯାନ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଙ୍କ ଉପରେ ଅଭିଯୋଗ ଆସିଛି ।ସେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ କରି ନେଇଛନ୍ତି। ଏ ନେଇ କମିଶନର ଜ୍ଞାନ ଦାସଙ୍କ ସମୟରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା।ହେଲେ ଏ ପର୍ଯ୍ୟନ୍ତ ତଦନ୍ତର ରିପୋର୍ଟ ପ୍ରକାଶ ପାଇ ନାହିଁ।
ସ୍ମରଣିକା, ଆରୋହଣ, ପ୍ରବାଦ ପୁରୁଷ ଆଦି ୩ ପତ୍ରିକାର ଦାୟିତ୍ୱରେ ଥିଲେ। ପତ୍ରିକାଗୁଡ଼ିକର ୫୦୦ କପି ଛପା ଯାଇଥିଲା କିନ୍ତୁ କାଗଜପତ୍ରରେ ୬୦୦୦ ଦର୍ଶାଯାଇଛି । ଓ ୪୫ଲକ୍ଷ ଟଙ୍କା ଲୁଟି ନବାର ଅଭିଯୋଗ ହୋଇଛି।

ଧରାପଡ଼ିଯିବା ଭୟରେ ମାଗାଜିନ ଫାଇଲକୁ ଗାଏବ କରି ଦିଆଯାଇଛି। ପୁରୀଘାଟ ଥାନାରେ ଫାଇଲ ଦାୟିତ୍ୱରେ ଥିବା ସହାୟକଙ୍କ ନାମରେ ଏତଲା ଦିଆଯାଇଥିଲା। ପୂର୍ବତନ କମିଶନର ଜ୍ଞାନ ଦାସଙ୍କ ସମୟରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। ୨ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଉକ୍ତ ଅଧିକାରୀ ଜଣକ , ସେହି ସମୟରେ ହୋଲଡିଂ ଟିକସ ବାବଦରେ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏପରି କି ୧କୋଟି ୪ଲକ୍ଷ ୫୮ହଜାର ୧୩୧ଟଙ୍କା ତାଙ୍କଠାରୁ ଆଦାୟ କରାଯିବା ପାଇଁ ଲୋକାଲ ଅଡିଟ ନିର୍ଦ୍ଦେଶ ନାମା ଜାରି କରିଥିଲେ।
ପାଣି ନିଷ୍କାସନ ପାଇଁ ବ୍ୟବହୃତ ପମ୍ପସେଟ୍‌ ଡିଜେଲରେ କୋଟି କୋଟି ଟଙ୍କା ଲୁଟ୍‌ ହେଉଛି। ଅଭିଯୋଗ ହେଉଛି କି ବିନା ଲକ୍‌ବୁକ୍‌ରେ ଡିଜେଲ ଇସ୍ୟୁ କରାଯାଉଛି । ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ତୁଳସୀପୁର ୱାରଲେସ ପଏଣ୍ଟ, ସିଆରଆରଆଇ, କାଳିଆବୁଦା ଆଦି ଅଞ୍ଚଳରେ ପମ୍ପସେଟ୍‌ ସମ୍ପର୍କିରେ ସୂଚନା ଅଧିକାର ଆଇନ ଜରିଆରେ ତଥ୍ୟ ମଗାଯାଇଥିଲା ମଧ୍ୟ ସିଏମ୍‌ସି ପକ୍ଷରୁ କୌଣସି ରିପୋର୍ଟ ମିଳିନାହିଁ, ଏଥିପାଇଁ ଆରଡିସିଙ୍କ ନିକଟରେ ଅଭିଯୋଗ କରାଯାଇଛି।
ସିଏମ୍‌ସି ଅଧୀନ ଶହୀଦଭବନ କଲ୍ୟାଣମଣ୍ଡପ ଦାୟିତ୍ୱରେ ଥିବା ପୂର୍ବତନ ନିର୍ବାହୀ ଅଧିକାରୀଙ୍କଠାରୁ ଅର୍ଥ ଆଦାୟ କରାବା ପାଇଁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ହୋଇପାରିଲା ନାହିଁ। ସେ ତାଙ୍କ ଚାକିରିରୁ ଅବସର ନେଇସାରିଲେଣି।
ଦିଲୀପ କୁମାର ପରିଜାଙ୍କ ନେତୃତ୍ୱରେ ସଞ୍ଜିତ ସାମଲ, ଅନିଲ ରାୟ, ମାୟାଧର ପାଣି, ମାନସ କୁମାର ସାହୁ, କାଳନ୍ଦୀ ଭୋଇ, ଜୟନ୍ତ ମହାନ୍ତି, ସୁବାସ ସାମଲ ଦୁର୍ନୀତିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.