କେଉଁ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ଜାଣନ୍ତୁ

ଭୁବନେଶ୍ବର: ସାରା ରାଜ୍ୟରେ ୨ଦିନ ହେବ ବର୍ଷା ଲାଗିରହିଛି। ହେଲେ ଆଜି ରାଜ୍ୟର ୧୩ ଜିଲ୍ଲାରେ ବର୍ଷା ହେବ। ସହ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଦିନ ୧୦ଟା ୧୫ ଯାଏ ସତର୍କ ରହିବାକୁ କିଛି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ଗଜପତି ଓ କେନ୍ଦୁଝର।