ସହଦେବ ନାୟକ ହତ୍ୟାକାଣ୍ଡ: ନ୍ୟାୟ ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଓଏଲ୍ ବ୍ୟୁରୋ: ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ନ୍ୟାୟ ଦାବିରେ ବିଏମ୍ସି ଅଫିସ ଘେରିଲେ ସଫେଇ କର୍ମଚାରୀ। ଭାରତୀୟ ମଜଦୁର ସଂଘ ସହ ସଫେଇ କର୍ମଚାରୀ ଆନ୍ଦୋଳନ ବସିଛନ୍ତି।
ତ୍ବରିତ ନ୍ୟାୟ ଦାବିରେ ବିଏମ୍ଏସ୍ ଅଫିସ ଘେରାଉ କଲେ ସଫେଇ କର୍ମଚାରୀ। ସିବିଆଇ ତଦନ୍ତ ଓ ଦୋଷୀକୁ ଫାସୀ, ପରିବାରକୁ ଆର୍ଥିକ ସହାୟତା ଦାବି, ପରିବାରରୁ ଜଣଙ୍କୁ ସରକାରୀ ଚାକିରୀ ଦାବିରେ ଆନ୍ଦୋଳନ କରୁଛନ୍ତି।
ଅନ୍ୟପଟେ, ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରିବା ସହ ପୁଲିସ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି।