Odisha Link
Bridging the Missing Links in Odisha

ସେନା ମୁଖ୍ୟଙ୍କ ବଡ଼ ବୟାନ: ଏଲ୍ଏସି ସୀମାରେ ପରିସ୍ଥିତି ସମ୍ବେଦନଶୀଳ..

ଓଏଲ୍‌ ବ୍ୟୁରୋ: ଭାରତ-ଚୀନ୍ ସୀମାରେ ଥିବା ଅନୁପ୍ରବେଶକାରୀଙ୍କ ଉଦ୍ୟମ ବିଷୟରେ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ବଡ ବୟାନ ଦେଇଛନ୍ତି। ଏଲ୍ଏସି ସୀମାରେ ପରିସ୍ଥିତି ସମ୍ବେଦନଶୀଳ ରହିଛି, କିନ୍ତୁ ସ୍ଥିର ରହିଛି। ସେନା ମୁଖ୍ୟ କହିଛନ୍ତି, ସୀମାରେ ସୁରକ୍ଷା ସୁଦୃଢ଼ କରିବା ଆମର ପ୍ରାଥମିକତା। ଜମ୍ମୁକାଶ୍ମୀରରେ ବଢିଛି ଅନୁପ୍ରବେଶ। କୌଣସି ପରିସ୍ଥିତିରେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ।

ସେନା ମୁଖ୍ୟ କହିଛନ୍ତି, ଜମ୍ମୁ କଶ୍ମୀରରେ ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦ ପ୍ରତିଶତ ପାକିସ୍ତାନର। ପାକିସ୍ତାନରୁ ଆସିଛନ୍ତି ୮୦ ପ୍ରତିଶତ ଆତଙ୍କବାଦୀ। ସେମାନେ ବର୍ତ୍ତମାନ ସୀମା ଭିତ୍ତିଭୂମି ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଉଛନ୍ତି। ଗ୍ରାମାଞ୍ଚଳରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି, କିନ୍ତୁ ସୀମା ଆରପାରିକୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ତେବେ ସେନା ସବୁବେଳେ ଏସବୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି।