Odisha Link
Bridging the Missing Links in Odisha

ମହାକାଶରେ ଇତିହାସ ରଚିଲା ଇସ୍ରୋ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମହାକାଶରେ ଇତିହାସ ରଚିଲା ଇସ୍ରୋ। ସଫଳ ହେଲା ଭାରତର ସ୍ପେଡେକ୍ସ ମିଶନ। ମହାକାଶଯାନର ଡକିଂ ପ୍ରକ୍ରିୟା ସମ୍ପର୍ଣ୍ଣ ହୋଇଛି। ମହାକାଶରେ ୨ ସାଟେଲାଇଟକୁ କରାଗଲା ଡକିଂ। ୧୫ ମିଟରୁ ୩ ମିଟରକୁ ମାନ୍ୟୁଭରିଂ ସଫଳ ହୋଇଛି। ମହାକାଶରେ ଡକିଂରେ ଭାରତ ପୃଥିବୀର ଚତୁର୍ଥ ଦେଶ ଭାବେ ରେକର୍ଡ କରିଛି। ଏନେଇ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇସ୍ରୋର ସମସ୍ତ ବୈଜ୍ଞାନିକ, ଇଂଜିନିୟରଙ୍କ ସମେତ ଏହି ସଫଳତାରେ ସାମିଲ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।