Odisha Link
Bridging the Missing Links in Odisha

ବେଆଇନ ଦଖଲକାରୀଙ୍କୁ ଚେତାବନୀ: ଜଗା ଜମିରେ ଲାଗିଲା ସୂଚନା ଫଳକ

ଓଏଲ୍‌ ବ୍ୟୁରୋ: ମହାପ୍ରଭୁଙ୍କ ଜମିକୁ ସୁରକ୍ଷା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ବଡ଼ ନିଷ୍ପତି। ମହାପ୍ରଭୁଙ୍କ ଜମିରେ ଲାଗିଲା ଶ୍ରୀମନ୍ଦିର ପ୍ରଶାସନର ସୂଚନା ଫଳକ। ପୁରୀ ବସ୍‌ଷ୍ଟାଣ୍ଡ ନିକଟ ନେବକଡାଶ ମଠ ଜମି ଜବରଦଖଲ ପ୍ରସଙ୍ଗରେ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଜମି ନିଜସ୍ୱ ଭୂସମ୍ପତ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଫଳକ ମାଧ୍ୟମରେ ସ୍ପଷ୍ଟ କରିଛି।ଅନଧିକାର ପ୍ରବେଶ ଦଣ୍ଡନୀୟ ଅପରାଧ ବୋଲି ଫଳକରେ ଉଲ୍ଲେଖ କରାଯାଇଛି।