Odisha Link
Bridging the Missing Links in Odisha

ମାସ ଆରମ୍ଭରୁ କମିଲା ଏଲ୍‌ପିଜି ଗ୍ୟାସ୍ ଦର

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଏପ୍ରିଲ ମାସ। ଆଉ ମାସ ଆରମ୍ଭରୁ ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। ସରକାରୀ ତୈଳ କମ୍ପାନୀପକ୍ଷରୁ ଜାରି ଦର ଅନୁସାରେ, ଏଲପିଜି ବ୍ୟବସାୟିକ ସିଲିଣ୍ଡର (୧୯ କିଲୋଗ୍ରାମ ଗ୍ୟାସ)ର ମୂଲ୍ୟ ସିଲିଣ୍ଡର ପିଛା ୪୧ ଟଙ୍କା ହ୍ରାସ କରିଛନ୍ତି। ସୋମବାର ଠାରୁ ଦେଶର ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୭୬୨ ଟଙ୍କାକୁ ହୋଇଛି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।