Odisha Link
Bridging the Missing Links in Odisha

୨ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ: ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁୁରୋ: ବେପରୁଆ ଗାଡ଼ି ଚାଳନ ଯୋଗୁଁ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା। ଆଜି ସକାଳୁ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା। ଦୁର୍ଘଟଣାରେ ଆଖି ବୁଜିଛନ୍ତି ପୁଲିସ କର୍ମୀ। ବିଳମ୍ବିତ ରାତିରେ କଟକ ପାରାଦୀପ ରୋଡ୍‌ ଗତିରାଉତପାଟଣାରେ ପିସିଆର ଗାଡ଼ିକୁ ଧକ୍କା ଦେଇଛି ହାଇୱା। ପୁଲିସ ଭ୍ୟାନକୁ ଧକ୍କା ଦେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଚାଲିଯାଇଛି ଜୀବନ ଏବଂ ଜଣେ ଗୁରୁତର ମେଡିକାଲରେ ହୋଇଛନ୍ତି ଭର୍ତ୍ତି।

ସିଆରଆର ଥାନା ପିସିଆର ପାଟ୍ରୋଲିଂ ବେଳେ ଘଟିଛି ଏହି ଦୁର୍ଘଟଣା। ଏହି ଘଟଣାରେ ହାଇୱା ଚାଳକକୁ ଅଟକ ରଖାଯାଇଛି। ମୃତ ୨ଜଣ ପୁଲିସଙ୍କୁ ଦିଆଯିବ ଗାର୍ଡ ଅଫ ଅନର।୨ଜଣଙ୍କୁ ସହିଦର ମାନ୍ୟତା ଦେବ କମିଶନରେଟ୍‌ ପୁଲିସ।

କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସଡ଼କ ଦୁର୍ଘଟଣାରେ କର୍ତ୍ତବ୍ୟରତ ୨ଜଣ ପୁଲିସ୍ କର୍ମଚାରୀ (ଜଣେ ଓଏପିଏଫ୍‌ କନ୍‌ଷ୍ଟେବଲ୍ଏବଂ ଜଣେ ହୋମ୍‌ ଗାର୍ଡ)ଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ₹୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.