Odisha Link
Bridging the Missing Links in Odisha

ମେ’ ପହିଲାରୁ ଲାଗୁ ହେବ ଏଟିଏମ୍ ଉଠାଣ କଟକଣା, ଜାଣନ୍ତୁ ନୂଆ ନିୟମ..

ଓଏଲ୍‌ ବ୍ୟୁରୋ: ମେ’ ପହିଲାରୁ ଗ୍ରାହକଙ୍କୁ ଲାଗିବାକୁ ଯାଉଛି ଝଟ୍‌କା। ଏଣିକି ଏଟିଏମ୍‌ରୁ ଟଙ୍କା ଉଠାଇଲେ ବି ଦେବାକୁ ପଡିବ ଅଧିକ ଚାର୍ଜ। ମେ’ ୧ରୁ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ବିଜ୍ଞପ୍ତି ଜାରି କରି ଇଣ୍ଟର୍‌ଚେଞ୍ଜ ଫି’ ବୃଦ୍ଧି ଘୋଷଣା କରିଛି।

RBI ନିର୍ଦ୍ଦେଶରେ ମେ’ ୧ରୁ ATM ଉଠାଣ କଟକଣା ଲାଗୁ ହେବ। ମେଟ୍ରୋରେ ୩ ଥରରୁ ଅଧିକ ATM ଉଠାଣ କଲେ ଦେୟ ପଡ଼ିବ। ମେଟ୍ରୋ ସିଟି ବାହାରେ ୫ ଥର ଟପିଲେ ଦେୟ ପଡ଼ିବ। ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୨୩ ଟଙ୍କା ଦେୟ ପଡ଼ିବ। ଏହାର ଅର୍ଥ ଗ୍ରାହକ ନିଜ ବ୍ୟାଙ୍କ ଏଟିଏମ୍‌ ବାଦ ଅନ୍ୟ ଯେକୌଣସି ବ୍ୟାଙ୍କ୍‌ର ଏଟିଏମ୍‌ ବ୍ୟବହାର କଲେ ଅଧିକ ଦେୟ ଦେବେ। ମାଗଣା ଟ୍ରାଞ୍ଜାକ୍‌ସନ ସୀମା ପରେ ଏହି ଶୁଳ୍କ ଲାଗୁ ହେବ।

ବିଜ୍ଞପ୍ତି ଅନୁସାରେ, ମେ’ ୧ରୁ ଗ୍ରାହକଙ୍କୁ ମାଗଣା ଟ୍ରାଞ୍ଜାକ୍‌ସନ ସୀମା ପରେ ଏଟିଏମ୍‌ରେ ପ୍ରତି ଟ୍ରାଞ୍ଜାକ୍‌ସନ ପିଛା ଅତିରିକ୍ତ ୨ ଟଙ୍କା ଦେବାକୁ ପଡ଼ିବ। ଏହାସହିତ ମେ’ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ପ୍ରତି ଟ୍ରାଞ୍ଜାକ୍‌ସନରେ ୧୯ ଟଙ୍କା ଦେବାକୁ ପଡ଼ିବ, ଯାହାକି ପୂର୍ବରୁ ୧୭ ଟଙ୍କା ରହିଆସିଥିଲା। ସେହିଭଳି ଅଣ-ବିତ୍ତୀୟ ଟ୍ରାଞ୍ଜାକ୍‌ସନ ଯେପରି ବାଲାନ୍ସ ଚେକ୍‌ ପାଇଁ ଫି’କୁ ୧ ଟଙ୍କା ବଢ଼ାଯାଇଛି।