Odisha Link
Bridging the Missing Links in Odisha

ଚାଷୀଙ୍କ ପାଇଁ ବଡ଼ ଖବର: ଆସନ୍ତାକାଲି ମିଳିବ ସିଏମ୍ କିଷାନ ଟଙ୍କା

ଓଏଲ୍‌ ବ୍ୟୁରୋ: ଚାଷୀଙ୍କ ପାଇଁ ବଡ଼ ଖବର। ଚାଷୀଙ୍କ ଖାତାକୁ ଆସିବ ସିଏମ୍ କିଷାନ ଟଙ୍କା। ଅକ୍ଷୟ ତୃତୀୟାରେ ଟଙ୍କା ପ୍ରଦାନ କରିବେ ସରକାର। ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଟଙ୍କା। ଯୋଜନାରେ ଚାଷୀଙ୍କୁ ବର୍ଷକୁ ମିଳୁଛି ୪ ହଜାର ଟଙ୍କା। ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ ୨ଟି କିସ୍ତିରେ ମିଳୁଛି ଟଙ୍କା। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ। ନୂଆ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରି ହେବ। ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍‌ ଚାଷୀଙ୍କୁ ସାମିଲ ବ୍ୟବସ୍ଥା କରାଯାଇଛି।