ପାରାଦୀପରେ ତୈଳ ନିଷ୍କାସନ ପାଇଁ ମିଳିଲା ଅନୁମତି, ଜାହାଜରୁ ବାହାରିବେ ନାହିଁ ପାକିସ୍ତାନୀ

ଓଏଲ୍ ବ୍ୟୁରୋ: ପାରାଦୀପ ବନ୍ଦର ତୈଳବାହୀ ଜାହାଜରେ ୨୧ ପାକିସ୍ତାନୀ ନାଗରିକ ଥିବା ଖବର ସାମ୍ନାକୁ ଆସିଥିଲା। ଦକ୍ଷିଣ କୋରିଆରୁ ୧୩୫ ଟନ୍ ଅଶୋଧିତ ତୈଳ ନେଇ ପାରାଦୀପକୁ ଆସିବାକୁ ଥିବା ଜାହାଜରେ ଏହି ପାକିସ୍ତାନୀ ନାଗରିକ ମାନେ ରହିଥିବା ଜଣାପଡିଛି। ପାରାଦୀପ ଉପକୂଳ ଠାରୁ ୨୦ କିମି ଦୂରରେ ଥିବା ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମରେ ଲାଗିବ ଏହି ଜାହାଜ। ଏଥିରେ ୨୧ ଜଣ ପାକିସ୍ତାନୀ ନାଗରିକଙ୍କ ସହ ୨ଜଣ ଭାରତୀୟ ଓ ଜଣେ ଥାଇଲାଣ୍ଡର ନାଗରିକ ରହିଛନ୍ତି।
ଜାହାଜରୁ ତୈଳ କଢାଯିବା ପର୍ଯ୍ୟନ୍ତ ଇମିଗ୍ରେସନ, କୋଷ୍ଟଗାର୍ଡ ଓ ମେରାଇନ ପୁଲିସ ଏହାର ତଦାରଖ କରିବେ, ପାକିସ୍ତାନୀ ନାଗରିକଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ। ପାରାଦୀପ ବନ୍ଦରରେ ତୈଳ ନିଷ୍କାସନ ପାଇଁ ଅନୁମତି ମିଳିଥିବାବେବେଳେ ଦୁଇଟି ସର୍ତ୍ତ ରଖାଯାଇଛି। ଜାହାଜଟି ବନ୍ଦରଠୁ ଦୂରରେ ରହି ତୈଳ ନିଷ୍କାସନ କରିବ। ଜାହାଜରେ ଥିବା ପାକିସ୍ତାନୀ ବାହାରକୁ ବାହାରିବେ ନାହିଁ। କୋଷ୍ଟ ଗାର୍ଡ ଓ ମେରାଇନ ପୁଲିସ ନଜର ରଖିବେ।