Odisha Link
Bridging the Missing Links in Odisha

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ଘଟଣାକୁ ନିନ୍ଦା କଲେ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ମାମଲା ସାରା ରାଜ୍ୟରେ ଆଇନ ସୁରକ୍ଷା ପରିସ୍ଥିତିରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣଦୁଷ୍କର୍ମ ଘଟଣାରେ ୧୦ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୪ ଜଣ ନାବାଳକ। ଦୁଷ୍କର୍ମ ଘଟଣାକୁ ଅତ୍ୟନ୍ତ ଜଘନ୍ୟ ବୋଲି ଏସପି ଶ୍ରବଣା ବିବେକ ଏମ୍ କହିଛନ୍ତି। ଘଟଣାରେ ନାବାଳକ ସଂପୃକ୍ତ ଥିଲେ ହେଁ ସେମାନଙ୍କୁ ଦଣ୍ଡ ମିଳିବା ଉଚିତ। ନାବାଳକଙ୍କୁ ସାବାଳକ ଭାବେ ଦଣ୍ଡ ଦେବାକୁ କୋର୍ଟରେ ଆବେଦନ କରିବୁ। ୩ ଜଣ ଅଭିଯୁକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଜଣ। ଅନ୍ୟ ୭ ଜଣଙ୍କୁ ଜବରଦସ୍ତ ଅଟକ ରଖିଥିଲେ।

ଏହି ଘଟଣାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା କରିବା ସହ ଟ୍ୱିଟ କରି ଲେଖିଛନ୍ତି, ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର, ସଭିଙ୍କୁ ଏହା ବିଚଳିତ କରିଛି। ଏହାକୁ ଦୃଢ଼ ନିନ୍ଦା କରୁଛି। ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ। ରାଜ୍ୟରେ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ।