ଆଜିଠାରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଭୁବନେଶ୍ବର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ଦୀର୍ଘ ସାଢେ ଚାରି ମାସ ପାଇଁ ବନ୍ଦ ରହିବା ପରେ ଶିମିଳିପାଳ ଅଭୟାରଣ୍ୟକୁ ଖୋଲାଯାଇଛି। ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ମଧ୍ୟରେ ସ୍ଥାନେ ସ୍ଥାନେ ଇକୋଟୁରିଜିମ୍ ବ୍ୟବସ୍ଥା କରାଯାଇଛି। ଜାତୀୟ ଉଦ୍ୟାନ ବୁଲିବା ପାଇଁ ତାଲିମ ପ୍ରାପ୍ତ ମାର୍ଗଦର୍ଶକ ବି ଅଛନ୍ତି।