ବ୍ରାହ୍ମଣୀ ନଦୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ

ରାଉରକେଲା: ବ୍ରାହ୍ମଣୀ ନଦୀରେ ବୁଢ଼ୀ ଛାତ୍ର ନିଖୋଜ। ନିଖୋଜ ଛାତ୍ର ହେଉଛନ୍ତି ଆଶିଷ ବଡାଇକ। ସେ ଅଷ୍ଟମ ଶ୍ରେଣୀରେ ଛାତ୍ର। ଦମକଳ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ ରାଉରକେଲା ଉଦିତ ନଗର ହାଇସ୍କୁଲର ୪ ଜଣ ଅଷ୍ଟମ ଶ୍ରେଣୀ ଛାତ୍ର ସ୍କୁଲ ନଯାଇ ବ୍ରାହ୍ମଣୀ ନଦୀ ତରକେରା ଡ୍ୟାମକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ। ରୋଷନ ଏକ୍କା ନାମକ ଯୁବକ ସେମାନଙ୍କୁ ଦେଖି ଉଦ୍ଧାର କରିଥିଲେ। ତିନି ଜଣ ଛାତ୍ର ତୁଷାର ସାହୁ, ବିଶ୍ବଜିତ ବିଶ୍ବାସ, ଜାହିଦ କାଦିର ଏହି ତିନି ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ଆଶିଷ ବଡାଇକ ନିଖୋଜ ଅଛନ୍ତି। ଏହି ୪ ଛାତ୍ର ଡ୍ରଇଂ କ୍ଲାସ ଥିବା ଘରେ କହି, ବହି ପତ୍ର ନ ନେଇ ଗାଧୋଇବାକୁ ଯାଇଥିଲେ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଦୁଇଟି ଦମକଳ ବାହୀନି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।