ଆମ୍ବୁଲାନ୍ସ ଧକ୍କାରେ ମହିଳାଙ୍କ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ପୂଜାରୀଗୁଡ଼ା ଛକ ନିକଟରେ ଶୁକ୍ରବାର ଏକ ଆମ୍ବୁଲାନ୍ସ ଓ ବାଇକ ଧକ୍କା ହୋଇଛି। ଏଥିରେ ବାଇକରେ ଥିବା ଦମ୍ପତିଙ୍କ ମଧ୍ୟରୁ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଥିବା ସହ ଆହତ ହୋଇ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ହେବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଦମ୍ପତି ଜଣଙ୍କ ବାଇକରେ ଆସୁଥିବା ସମୟରେ ଆମ୍ବୁଲାନ୍ସ ସହ ଧକ୍କା ହୋଇ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଦମ୍ପତିଙ୍କ ପରିଚୟ ମିଳିପାରି ନାହିଁ।