ଇଞ୍ଜେକସନ ନମିଳିବାରୁ ଧାରଣାରେ ବସିଲେ ରୋଗୀ

ରାଉରକେଲା: ରାଉରକେଲାର ସରକାରୀ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକସନ ନମିଳିବାରୁ ରୋଗୀଙ୍କ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛଥିବା ଭଳି ଅଭିଯୋଗ ଆଜି ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ରାଉରକେଲାରେ ଘଟିଥିବା ଜଣାପଡ଼ିଛି। ହସ୍ପିଟାଲ ସମ୍ମୁଖରେ ପ୍ରାୟ ୫୦ ରୁ ଅଧିକ ରୋଗୀ ଓ ରୋଗୀ ସମ୍ପର୍କୀୟ ଧାରଣା ଦେଇଛନ୍ତି। ଇଞ୍ଜେକସନ ନଥିବାରୁ ବିଭାଗୀୟ ଡ଼ାକ୍ତର ଅସହାୟ ପ୍ରକାଶ କରିଥିବା ସୂଚନା ମିଳିଛି।