ଚର୍ଚ୍ଚାରେ ରଣବୀରଙ୍କ ଫ୍ଲାଟ

ମୁମ୍ବାଇ : ଦୁନିଆକୁ ହସଉଥିବା ଶୋ ହେଉଛି କପିଲ ଶର୍ମା । ଏହି ଶୋରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କର ଗୁମର କଥା ଦର୍ଶକ ଶୁଣିବାକୁ ପାଇଁ ଥାଆନ୍ତି । ବଲିଉଡ଼ର ଲୋକପ୍ରିୟ କପଲ୍ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ଦ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ ।
ଦୁହେଁ ଲୋକଙ୍କ ମନରେ ରାଜ କରିବା ସହ ଉଭୟଙ୍କ କେମେଷ୍ଟ୍ରିକୁ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି । ଦୀପିକା କପିଲଙ୍କ ଶୋରେ ନିଜ ଜୀବନର ଅନେକ ରାଜ୍ ବିଷୟରେ କହିଥିଲେ । ସେ ରଣବୀରଙ୍କ ବିଷୟରେ କିଛି ଖୁଲାସା କରିଥିଲେ । ପତିଙ୍କ ବଦମାସୀ ପାଇଁ ମତେ ସବୁବେଳେ ସାବଧାନ ରହିବାକୁ ପଡିଥାଏ । ଦୀପିକା ଏହା ମଧ୍ୟ କହିଛନ୍ତି, ‘ଆମେ ବାର୍ସିଲୋନାର ଏକ ମ୍ୟୁଜିକ୍ ଫେଷ୍ଟଭାଲରେ ଥିବା ସମୟରେ ରଣବୀର ଏଭଳି ଅଜୀବ୍ ଡ୍ୟାନ୍ସ କରିବା ସମୟରେ ତାଙ୍କର ପ୍ୟାଣ୍ଟ ଫାଟି ଯାଇଥିଲା। ଏହି ସମୟରେ ମୁଁ ଏହି ଫେଷ୍ଟିଭାଲ ମଝିରେ ତାଙ୍କର ପ୍ୟାଣ୍ଟ ସିଲେଇ କରିବା ବେଳେ ମୋ ଚାରିପଟେ ଲୋକମାନେ ନାଚିଥିଲେ।
ରଣବୀର ସିଂ ନିଜର ଅଜବ ପୋଷାକ ଓ ଷ୍ଟାଇଲ କୁ ନେଇକି ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ସେ ଏକ ଫ୍ଲାଟକୁ ନେଇକି ଚର୍ଚ୍ଚାରେ ରହିଛନ୍ତି । ରଣବୀର ଏବେ ଦୀପିକାଙ୍କ ଫ୍ଲାଟ ନିକଟରେ ଏକ ପ୍ଲାଟ ତିନି ବର୍ଷ ପାଇଁ କିଣିଛନ୍ତି ।
ତାଙ୍କୁ ମାସର ଦାମ୍ ୭. ୯୭ ଲକ୍ଷ ଦେବାକୁ ପଡ଼ିବ। ରଣବୀର ଏହି ଫ୍ଲାଟ ନିଜ ପାଇଁ ବା କୌଣସି କାମ ପାଇଁ କିଣିଛନ୍ତି ସେ ନେଇ କୌଣସି ସୂଚନା ଜଣାପଡିନି । ଦୀପିକା ସେହି ଆପାଟମେଣ୍ଟର ୨୬ ନମ୍ବର ମହଲାରେ ରୁହନ୍ତି । ସେ ୨୦୧୦ରେ ୧୬ କୋଟିରେ ଫ୍ଲାଟକୁ କିଣିଥିଲେ । ରଣବୀରଙ୍କୁ କବିର ଖାଁଙ୍କ ୮୩ ସିନେମାରେ ଦେଖିବାକୁ ମିଳିବ। ସେ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ଓ ପତ୍ନୀ ଦୀପିକା ଏଥିରେ ତାଙ୍କ ପତ୍ନୀ ଚରିତ୍ରରେ ନଜର ଆସିବେ । ସିନେମାଟି ଚଳିତ ବର୍ଷ ଅପ୍ରିଲ ୧୦ ସିନେପରଦାକୁ ଆସିବ ।