ଲାଞ୍ଚ ମାଗି ମହିଳା ଏସ୍ଆଇ ନିଲମ୍ବିତ

ଖୋର୍ଦ୍ଧା : ଥାନା ଏସଆଇ ଲାଞ୍ଚ ମାଗିବା ଅଡିଓ ଭାଇରାଲ୍ ଖବର ପ୍ରସାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି। ଏସଆଇ ସୁଜାତା ପଲେଇଙ୍କୁ ନଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍ପି ।
ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଜଣେ ଯୁବକ ତାଙ୍କ ସାଙ୍ଗଙ୍କ ସହ ପ୍ରେମିକାଙ୍କୁ ଦେଖା କରିବାକୁ ଦକ୍ଷିଣପରୀକ୍ଷତା ଗ୍ରାମକୁ ଯାଇଥିଲେ। ପୋଖରୀ କୂଳରେ ଯୁବକ ହର୍ଣ୍ଣ ମାରିବାରୁ ଯୁବକ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ। ଏହାପରେ ଯୁବକଙ୍କୁ ଗ୍ରାମବାସୀ ଇଲେକ୍ଟ୍ରିଖୁଣ୍ଟରେ ବାନ୍ଧି ମାଡମାରିବା ସହ ପୋଲିସ ଜିମା ଦେଇଥିଲେ।
ପୋଲିସ ଯୁବକ ଦୁଇ ଜଣଙ୍କୁ ଗିରଫ କରିବା ସହ ମାମଲାଟିକୁ ରଫାଦଫା କରିବା ପାଇଁ ଗିରଫ ଯୁବକଙ୍କ ପରିବାରକୁ ଲାଞ୍ଚ ମାଗିଥିଲେ। ଏପରି କି ଗିରଫ ଯୁବକଙ୍କ ପରିବାର ଠିକ୍ ସମୟରେ ଥାନାରେ ପହଞ୍ଚି ଲାଞ୍ଚ ନଦେବାରୁ ମାମଲାଙ୍କୁ ଆହୁରି କଠୋର କରିବାକୁ ଏସଆଇ ଜଣଙ୍କ ଫୋନରେ ଧମକ ଦେଇଥିଲେ। ଖବର ପ୍ରସାରିତ ହେବା ପରେ ଆଜି ଖୋର୍ଦ୍ଧା ଏସପି ନିଲମ୍ବିତ କରିଥିବା ସୂଚନା ମିଳିଛି।