ଗୈରିକ ରଙ୍ଗ ମୋ ଡିଏନଏରେ ରହିଛି: ରାଜ ଠାକରେ

ମୁମ୍ବାଇ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ତର୍କ ବିତର୍କ ଲାଗି ରହିଛି। ଏହାରି ମଧ୍ୟରେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ୍ ଠାକରେ। ସେ କହିଛନ୍ତି ଯେ, ସେ କହିଛନ୍ତି,‘ ମୁଁ ଜଣେ ମରାଠୀ ଏବଂ ଭାରତରେ ରହୁଥିବା ମୁସଲମାନ ମଧ୍ୟ ଆମର, କିନ୍ତୁ ପାକିସ୍ତାନ ଏବଂ ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଭାରତରେ ରହିବାର ଅଧିକାର ନାହିଁ।’
ପୂର୍ବରୁ ରାଜ ଠାକରେ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଏହା ଉପରେ ସେ କହିଛନ୍ତି, ‘ଯେତେବେଳେ ମୋତେ ଲାଗେ ଯେ ସେ ଯାହା କରୁଛନ୍ତି ତାହା ଠିକ ନୁହେଁ, ତେବେ ମୁଁ ତାଙ୍କର ସମାଲୋଚନା କରୁଛି। କିନ୍ତୁ ଏବେ ସେ ଭଲ କାମ କରୁଛନ୍ତି ତେଣୁ ମୁଁ ପ୍ରଂଶସା କରୁଛି।’
ଗତକାଲି ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜନ୍ମଦିନ ଅବସରରେ ଏମଏନଏସ୍ ଦଳ ନିଜର ପତାକାକୁ ଗୈରିକ ରଙ୍ଗ କରିବା ସହିତ ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରାର ଫଟୋକୁ ବି ଏଥିରେ ସ୍ଥାନ ଦେଇଥିଲା। ବୀର ସାବରକରଙ୍କ ଫଟୋକୁ ବି ମଞ୍ଚରେ ରଖାଯିବାର ଦେଖିବାକୁ ମିଳିଥିଲା। ନିଜର ନିର୍ଭିକ ଭାଷଣ ଏବଂ ବୟାନ ପାଇଁ ପରଚିତ ରାଜ ଠାକରେ କହିଥିଲେ ଯେ ଗେରୁଆ ତାଙ୍କର ଡିଏନଏରେ ରହିଛି ।