ଆସାମ ବୁର୍ହି ଦିହିଙ୍ଗ୍ ନଦୀରେ ନିଆଁ

ଆସାମ: ଆସାମ ବୁର୍ହି ଦିହିଙ୍ଗ୍ ନଦୀରେ ଭୟାବହ ଅଗ୍ନିକାଣ୍ଡ।ଏଭଳି ଘଟଣା ଘଟିଛି ଡିବ୍ରୁଗଡ଼ ଜିଲ୍ଲା ସାସନୋଇ ଗାଁ ନିକଟ ଦିଘୋଲିବିଲ୍ ଠାରେ ଥିବା ବୁର୍ହି ଦିହିଙ୍ଗ୍ ନଦୀରେ। ତିନି ଦିନ ହେବ ନିଆଁ ଶିଖା ସେ ସ୍ଥାନକୁ ଆଚ୍ଛାଦିତ କରି ରଖିଛି। ନଈ ମଧ୍ୟ ଦେଇ ଯାଇଥିବା ତେଲ ପାଇପ୍ ଫାଟି ଯିବା କାରଣରୁ ଏପରି ଘଟିଛି ବୋଲି କୁହାଯାଉଛି। ଅଶୋଧିତ ତୈଳବାହୀ ପାଇପ୍ରେ କଣା କରି ଦୁର୍ବୃତ୍ତମାନେ ତେଲ ଚୋରି କରୁଥିବା ସମୟରେ ଏଭଳି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।
ତିନି ଦିନ ତଳେ ଗ୍ରାମବାସୀମାନେ ନଈରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। କିନ୍ତୁ ସରକାରୀ କର୍ତ୍ତୃପକ୍ଷମାନେ ନିଆଁ ଲିଭାଇବା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି। ନଈରେ ଜଳୁଥିବା ନିଆଁର ଶିଖା ଏବଂ ଧୂଆଁ ଦେଖି ସ୍ଥାନୀୟ ଗ୍ରାମବାସୀ ଭୟଭୀତ ଅଛନ୍ତି।