ଏକାଠି କାମ କରିବେ ବରୁଣ ଓ ଜାନଭୀ

ମୁମ୍ବାଇ : ବଲିଉଡ ଅଭିନେତା ବରୁନ ଧବନ ଲଗାତାର ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି । ସିନେମା ଷ୍ଟ୍ରିଟ୍ ଡାନ୍ସର୍ 3D ପରେ ବରୁନ ସିନେମା କୁଲି ନଂ 1 ପାଇଁ ପ୍ରସ୍ତୁତ ହେଉଛନ୍ତି । ସିନେମାଟି ମେ 1ରେ ସିନେମା ପରଦାରେ ଆସିପାରେ ।
ବରୁନ କମେଡି ସିନେମାରେ ମଧ୍ୟ ଭଲ ଅଭିନୟ କରି ଦର୍ଶକଙ୍କ ମନକିଣି ନେଇଛନ୍ତି । ସେ ସିନମା ଶ୍ରୀ ଲେଲେ ନଜର ଆସିପବେ ଓ ତାଙ୍କ ସହ ଜାନଭୀ କପୁର ଏବଂ ଭୁମି ପେଡନେକର ମଧ୍ୟ ଅଭିନୟ କରିବେ ସିନେମାଟି ଏକ କମେଡି ଥ୍ରୀଲର ଉପରେ ଆଧାରିତ। କିନ୍ତୁ ଏହି ପ୍ରକଳ୍ପକୁ ସ୍ଥଗିତ ରଖାଯାଇଛି । କାରଣ ବରୁଣ ଧାୱନ ଏବଂ ଜାନଭୀ କପୁର, ନିଜ ନିଜ ସିନେମାରେ ବ୍ୟସ୍ତ ଅଛନ୍ତି, ଯାହାଫଳରେ ସେମାନେ ତାରିଖ ଦେବାରେ ସକ୍ଷମ ହୋଇ ନାହାଁନ୍ତି ।
ବରୁନ ଶଶାଙ୍କ ଖୈତାନଙ୍କ ସହ ତୃତୀୟ ଥର ପାଇଁ କାମ କରିବାକୁ ଯାଉଛନ୍ତି । ପୂର୍ବରୁ ହମ୍ପ୍ଟି ଶର୍ମା କି ଦୁଲହନିଆ ଏବଂ ବଦ୍ରିନାଥ କି ଦୁଲହନିଆରେ କାମ କରିଥିଲେ ।
ଶଶାଙ୍କ ନିଜ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି ସେ କହିଛନ୍ତି, “ହାଏ ବନ୍ଧୁଗଣ! ଏଠାରେ ଶ୍ରୀ ଲେଲେଙ୍କ ଉପରେ ଏକ ଅପଡେଟ୍ ଅଛି। କରଣ, ବରୁଣ ଏବଂ ମୁଁ ପରସ୍ପରର ନିଷ୍ପତ୍ତି ନେଇଛୁ ଯେ ସିନେମାର ସୁଟିଂ ସ୍ଥଗିତ ରଖିବାକୁ ହେବ ।
https://twitter.com/ShashankKhaitan/status/1235444308045488128
ଏହା ଏକ ସ୍କ୍ରିପ୍ଟ ଯାହାକୁ ଆମେ ସମସ୍ତେ ଭଲ ପାଆନ୍ତି ଏବଂ ନିଶ୍ଚିତ ଯେ ଶୀଘ୍ର ପୁନଃ ପରିଦର୍ଶନ କରିବୁ। କିନ୍ତୁ, ସିନେମାର ସିଡ୍ୟୁଲ୍ କରିବା ଅତ୍ୟନ୍ତ କଠିନ ହୋଇପଡିଥିଲା, କାରଣ ସିନେମାରେ କଠିନ ସଂଗୀତ କାଷ୍ଟ ରହିଥିଲା ଏବଂ ତାରିଖଗୁଡ଼ିକ ଠିକ୍ ସ୍ଥାନରେ ନଥିଲା। “
ସେ ଆହୁରି ମଧ୍ୟ ଲେଖିଛନ୍ତି, “ମୁଁ ନିଶ୍ଚିତ ଯେ ବରୁନ ଏବଂ ମୁଁ ଶୀଘ୍ର ସହଯୋଗ କରିବି, ଶ୍ରୀ ଲେଲେ ନିଜେ କିମ୍ବା କିଛି ନୂଆ କଥା, କାରଣ ତାଙ୍କ ସହ ସହଯୋଗ କରିବା ମୋ ଜୀବନର ସର୍ବଦା ସବୁଠାରୁ ଆନନ୍ଦଦାୟକ ଏବଂ ପୂର୍ଣ୍ଣ ଅନୁଭୂତି ଅଟେ। ବହୁତ ପ୍ରେମ! ” ସିନେମାଟିକୁ ଜାନୁୟାରୀ 1, 202୧ ପର୍ଯ୍ୟନ୍ତି ସ୍ଥଗିତ କରାଯାଇଛି ।