Odisha Link
Bridging the Missing Links in Odisha

ଅପେକ୍ଷା କରି ଥକି ଗଲିଣି : ନିର୍ଭୟା ମା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ହେବ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ସାନି ଡେଥ୍‌ ଓ୍ବାରେଣ୍ଟ ଜାରି ପରେ ନିର୍ଭୟାଙ୍କ ମା ଆଶା ଦେବୀ କହିଛନ୍ତି ଯେ, ମାର୍ଚ୍ଚ ୨୦ରେ ୪ ଦୋଷୀଙ୍କୁ ଫାଶି ହେବ ବୋଲି ଆଶା। ଅପେକ୍ଷା କରି ଥକି ଗଲିଣି, ଏହି ତାରିଖ ଶେଷ ଆଶା। ୪ ଦୋଷୀ ଫାଶି ଖୁଣ୍ଟିରେ ଝୁଲିଲେ ଯାଇ ମୋତେ ଶାନ୍ତି ମିଳିବ।

ସୂଚନାଯୋଗ୍ୟ, ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଗତକାଲି ରାଷ୍ଟ୍ରପତି ଖାରଜ କରିଥିଲେ। ସବୁ ଦୋଷୀଙ୍କ ପାଖରେ ଏବେ ଆଉ ବଂଚିବାର କୌଣସି ବିକଳ୍ପ ନଥିବାରୁ ଏଥର ଫାଶି ସୁନିଶ୍ଚିତ ବୋଲି କୁହାଯାଉଛି। ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ଏକକଳାଳୀନ ଫାଶି ଦିଆଯିବ।

Comments are closed.