‘କିତନା ଅଚ୍ଛା ହୈ ମୋଦି’

ଓସାକା: ସୋଶିଆଲ ମିଡ଼ିଆରେ ଭାଇରାଲ ହେଲା ନରେନ୍ଦ୍ର ମୋଦିଙ୍କ ସେଲ୍ଫି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଜି-20 ସମ୍ମିଳନୀ ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ସେଲଫି ନେଇ ତାକୁ ତାଙ୍କ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଏହି ସେଲଫି ସହ ସେ ତାଙ୍କ ପୋଷ୍ଟରେ ‘କିତନା ଅଚ୍ଛା ହୈ ମୋଦି’ ବୋଲି ଲେଖିଛନ୍ତି। ଏଥି ସହିତ ସେ ଫୋଟଟିକୁ ଟ୍ବିଟ କରି ଟ୍ୱିଟରେ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ କରିଛନ୍ତି। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
Kithana acha he Modi! #G20OsakaSummit pic.twitter.com/BC6DyuX4lf
— Scott Morrison (@ScottMorrisonMP) June 28, 2019