Odisha Link
Bridging the Missing Links in Odisha

ନୈରାଶ୍ୟଜନକ ବଜେଟ୍: ପ୍ରଦୀପ୍ତ

ଭୁବନେଶ୍ୱର : ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ୍ ପରିମାଣ ମୋଟ୍ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ହୋଇଥିବା ବେଳେ ଏହାକୁ ନୈରାଶଜନକ କହିଛନ୍ତି ବିରୋଧୀ ଦଳ ନେତା ଏବଂ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ବଜେଟରେ ନିଯୁକ୍ତିର କଥା କୁହାଯାଇନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି। ଏହା ସହ ରାଜଶ୍ୱ ବଢିବା କଥା ବଜେଟରେ ଉଲ୍ଲେଖ ହୋଇ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖି ନରସିଂହ ମିଶ୍ର କହିଛନ୍ତି ଯେ, ‘ଏହି ବଜେଟ୍ ଗରିବ, ଶ୍ରମିକ ଓ ସାଧାରଣ ବର୍ଗ ପାଇଁ ନୁହେଁ ।’ ସରକାରଙ୍କ ପାଖରେ ପଇସା ନାହିଁ ବୋଲି କହିବା ସହ ରାଜ୍ୟର ନିଜସ୍ୱ ଆୟ ୪୫ ହଜାର କୋଟି ବୋଲି ନରସିଂହ କହିଛନ୍ତି । ଅନ୍ୟ ଜିନିଷ ପାଇଁ ରାଜ୍ୟ ସରକାର ଋଣ କରିବେ, ଯାହା ସରକାରଙ୍କ ପାଇଁ ଚରମ ବିଫଳତା ବୋଲି ସେ କହିଛନ୍ତି।

Comments are closed.