Odisha Link
Bridging the Missing Links in Odisha

‘ସ୍ପେଶାଲ-୧୯’

ଉତ୍ତରପ୍ରଦେଶ: ବଲିଉଡ଼ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସ୍ପେଶାଲ-୨୬’ରୁ ଅନୁପ୍ରାଣିତ ହୋଇ ୧୯ଜଣ ଲୋକ ‘ସ୍ପେଶାଲ-୧୯’ ଟିମ୍‌ ଗଠନ କରିଥିଲେ। ଠିକ୍‌ ସ୍ପେଶାଲ-୨୬ ଫିଲ୍ମ ପରି ଯୋଜନା ମଧ୍ୟ କରିଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ସ୍ପେଶାଲ-୧୯ ତାଙ୍କ ମିଶନରେ ସଫଳ ହେବା ପୂର୍ବରୁ ସବୁ ଆଶା ଚୁରମାର ହୋଇଯାଇଥିଲା। ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳରେ ସ୍ପେଶାଲ-୧୯ ଟିମ୍‌ ଏକ ଚିନି କାରଖାନା ପହଞ୍ଚିଲେ। ଏହି ୧୯ ଜଣ ଲୋକ ସିବିଆଇ ରୂପରେ ଚିନି କାରଖାନା ଉପରେ ଚଢଉ କରିବା ସହିତ ମାଲିକଠୁ ଟଙ୍କା ହଡ଼ପ କରିବା ପାଇଁ ଯାଇ ପହଞ୍ଚିଥିଲେ। କିନ୍ତୁ ସଠିକ୍‌ ସମୟରେ ପୁଲିସ୍‌ ପହଞ୍ଚି ସ୍ପେଶାଲ-୧୯ଙ୍କ ଯୋଜନାକୁ ପଣ୍ଡ କରି ଦେଇଥିଲା। ଏ ଚକ୍ରାନ୍ତରେ ପୁଲିସ୍‌ ୧୯ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିବା ବେଳେ ଆଉ ୩ ଜଣ ଫେରାର ଅଛନ୍ତି। ପୁଲିସ୍‌ ଅଧୀକ୍ଷକ ଯମୁନା ପ୍ରସାଦ କହିଛନ୍ତି ଯେ, ଶୁକ୍ରବାର ଦିନ ଆମେ ଅସମିଲୋ ଅଞ୍ଚଳରେ ଏକ ଚିନିକଳରୁ ୧୬ ଜଣ ଲୋକଙ୍କୁ ଗିରଫ କରିଛୁ, ଯେଉଁମାନେ କି ନିଜକୁ ସିବିଆଇ ଅଫିସରର ପରିଚୟ ଦେଇଥିଲେ।

ପୁଲିସ୍‌ କହିବା ଅନୁଯାୟୀ, ଏହି ୧୯ ଜଣ ଗୁରୁବାର ଉକ୍ତ ଚିନିକଳରେ ପହଞ୍ଚି ନିଜକୁ ସିବିଆଇ ଅଫିସରର ପରିଚୟ ଦେଇଥିଲେ। ଏବଂ ସେମାନେ କହିଥିଲେ ଯେ ପ୍ରଦୂଷଣ ନିୟମର ଉଲଘଂନ କରୁଛ ବୋଲି ଉକ୍ତ ଚିନିକଳର ମାଲିକଙ୍କୁ ଯାଇ କହିଥିଲେ। ଏଥି ସହିତ ତାଙ୍କୁ ୧୫ରୁ ୨୦ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ କହିଥିଲେ। ଠିକ୍‌ ଏହି ସମୟରେ ମିଲର କିଛି ଶ୍ରମିକ ପୁଲିସକୁ ସୂଚନା ଦେଇଥିଲେ। ଯାହାଫଳରେ ୧୬ ଜଣ ଗିରଫ ହୋଇଥିବାବେଳେ ଆଉ ୩ଜଣ ଖସିଯିବାରେ ସଫଳ ହୋଇଛନ୍ତି। ୧୬ ଜଣ ବର୍ତ୍ତମାନ ଜେଲ୍‌ରେ ଥିବା ସୂଚନା ଦେଇଛନ୍ତି ଏସ୍‌ପି।

ସୂଚନାଥାଉକି, ୨୦୧୩ ମସିହାରେ ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିକ ଫିଲ୍ମ ସ୍ପେଶାଲ୍-୨୬ ରିଲିଜ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ୧୯୮୭ ମସିହା ଅପରୋ ହାଉସ୍‌ ହିଷ୍ଟ ଘଟଣାକୁ ନେଇ ହୋଇଥିଲା। ଯେଉଁଥିରେକି ସିବିଆଇ ଅଫିସର ରୂପରେ ୨୬ ଜଣ ଲୋକ ମୁମ୍ବାଇର ଏକ ସୁନା ଦୋକାନରେ ଛାପା ମାରିଥିଲେ।

Comments are closed.