ମଧ୍ୟପ୍ରଦେଶ ରାଜନୀତି: ବିଜେପି ପରେ କଂଗ୍ରେସ ପହଞ୍ଚିଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ। ଗତକାଲି ବିଜେପି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କଂଗ୍ରେସ ମଧ୍ୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି। ମଧ୍ୟପ୍ରଦେଶ କଂଗ୍ରେସ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ପିଟିସନରେ ବିଜେପି ଉପରେ ଦୋଷ ଲଦିଛି କଂଗ୍ରେସ। କଂଗ୍ରେସ ପିଟିସନରେ ଲେଖିଛି ଯେ, ବିଜେପି ୧୬ ଜଣ ବିଧାୟକଙ୍କୁ ଅଟକ ରଖିଛି। ଏବଂ ୧୬ ଜଣ ବିଧାୟକଙ୍କ ଅନୁପସ୍ଥିତିରେ ବହୁମତ ପରୀକ୍ଷା ହୋଇ ପାରିବ ନାହିଁ ବୋଲି କଂଗ୍ରେସ ପିଟିସନରେ ଉଲ୍ଲେଖ କରିଛି।