ଭଲ ଖବର: ରାଜ୍ୟରେ ୫୦ ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୁସ୍ଥ ୧୪ ଆକ୍ରାନ୍ତ କେନ୍ଦ୍ରାପଡ଼ା, ଭୁବନେଶ୍ବର, ବାଲେଶ୍ବର ଓ ଭଦ୍ରକର। କେନ୍ଦ୍ରାପଡ଼ାରୁ ଜଣେ, ଭୁବନେଶ୍ବର ଓ ବାଲେଶ୍ବରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ସୁସ୍ଥ ହେବା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲା କରୋନା ମୁକ୍ତ ହେଲା। ରାଜ୍ୟରେ ବର୍ତ୍ତମାନ ୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହାଇଛନ୍ତି। ସେମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। ଅପରପକ୍ଷେ ଏବେ ବି ୯୨ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।